ଜାତୀୟ ପାଠାଗାର ବିଜ୍ଞାନ ପ୍ରତିଷ୍ଠା ଦିବସର
ଜନକ ଶ୍ରୀ. ଏସ୍. ଆର୍.ରଙ୍ଗନାଥନଙ୍କ ଜନ୍ମତିଥି
ଅବସରରେ..
*******************************
ଶିଆଳି ଗ୍ରାମରେ ସୀତା ଲକ୍ଷ୍ମୀ କୋଳେ
ଜନମି ଥିଲ ହେ ଆକାଶ ତାରା
ପିଲା ଦିନୁ ସିନା ହେଲ ପିତୃହରା
ଅଟକିଲା ନାହିଁ ପ୍ରତିଭା ଧାରା ।।
ବିତିଗଲା ପୁଣି କେତେ ଯେ ଦିନ
ଜେଜେବାପାଙ୍କର ଜୀବନ ଧନ
ବିଦ୍ଯାର୍ଜନେ ମନ ବଳିଲା ତୁମର
ଗଣିତ ଶାସ୍ତ୍ରରେ ଅଗାଧ ଜ୍ଞାନ ।।
ଭାରତମାତା ର ସୁଯୋଗ୍ଯ ସନ୍ତାନ
କେତେ ଯେ ପଦବୀ କଲ ମଣ୍ଡନ
ପାଠାଗାରେ ତୁମ ରୁଚି ଗଲା ରହି
ବିଦ୍ୟାଳୟ ଟିଏ କଲ ସ୍ଥାପନ ।।
ପାଠାଗାର ଯେତେ ଭାରତ ବର୍ଷର
ଗୋଟିଏ ସୂତ୍ରରେ ହୋଇଲେ ଛନ୍ଦା
ଏକ ନୀତି ଏକ ନିୟମ ଗଢିଲ
ସେହି ନିୟମରେ ସମସ୍ତେ ବନ୍ଧା ।।
ସମସ୍ତେ ପାଇବେ ସମାନ ସୁବିଧା
ସବୁ ପାଠାଗାର ନିୟମ ଏକ
ତେଣୁ ବାଧା କିଛି ଆସିବନି ଆଉ
ଯେଉଁଠି କି ଯାଅ ଭାରତଯାକ ।।
ସମୟାନୁବର୍ତ୍ତୀ କର୍ମନିଷ୍ଠ ବୀର
ପାରିନି ସମୟ ହରାଇ କେବେ
କେତେ ଯେ ଗଢିଛ ଜ୍ଞାନୀ ଗୁଣୀ ପୁତ୍ର
ଶିକ୍ଷକତା ଯେତେ କରିଛ ଯେବେ ।।
ଉଚ୍ଚଶିକ୍ଷା ପାଇଁ ବିଦେଶ ଗମନ
ଗଢିଗଲ ହାତେ କେତେ ଯେ ବିଦ୍ୱାନ
ପାଠାଗାର ବିଜ୍ଞାନ ଶାସ୍ତ୍ରର ଜନକ
ହେ ମହାମାନବ ତୁମେ ମହାନ ।।
ପଦ୍ମଶ୍ରୀ ଭୂଷିତ ଆହେ ମହାଜ୍ଞାନୀ
ହେ ରଙ୍ଗନାଥନ୍ ଚିର ନମସ୍ଯ
ଯୁଗ ପୁରୁଷ ହେ ଯୁଗ ଯୁଗ ପାଇଁ
ଅମ୍ଳାନ ରହିବ କୀର୍ତ୍ତି ଅବଶ୍ୟ ।।
ଶକୁନ୍ତଳା ମହାପାତ୍ର ।